ଧୀମା ଓଭର ରେଟ୍ ପାଇଁ ମୋର୍ଗାନଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ :  ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2021ର 15 ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ୍ ରାଇଡର୍ସକୁ 18 ରନ୍ ରେ ପରାସ୍ତ କରିଛି ।  ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ହରାଇ 220 ରନ୍ ସଂଗ୍ରହ କରିଥିଲା ​​।  221 ରନ୍‌ର ଏକ ବୃହତ୍‌ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା କେକେଆର 202 ରନ୍ କରି ଅଲ ଆଉଟ୍ ହୋଇଥିଲେ। ତେବେ ପରାଜୟ  କେକେଆରରୁ ଆଉ ଏକ ଝଟକା ଲାଗିଛି । ଧୀମା ଓଭର ରେଟ୍ ପାଇଁ  କେକେଆର୍ ଅଧିନାୟକ ଇଓନ୍ ମୋର୍ଗାନଙ୍କ ଉପରେ ଜରିମାନା ଲଗାଯାଇଛି ।

ବୁଧବାର ଖେଳାଯାଇଥିବା ମ୍ୟାଚରେ କେକେଆର୍ ଚେନ୍ନାଇ ବିପକ୍ଷରେ ନିର୍ଦ୍ଧାରିତ ସମୟରେ 20 ଓଭର ବୋଲିଂ କରିପାରି ନାହିଁ।  ତେଣୁ ଧୀମା ଓଭର ରେଟ୍ ପାଇଁ  କେକେଆର୍ ଅଧିନାୟକ ଇଓନ୍ ମୋର୍ଗାନଙ୍କ ଉପରେ 12 ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। କେକେଆର ପାଇଁ ଏହି ସିଜନ ସେତେଟା ଖାସ ବିବେଚିତ ହୋଇନାହିଁ ।  ଦଳ ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ହାରିଛି। କେକେଆର ବର୍ତ୍ତମାନ 2 ପଏଣ୍ଟ ପାଇଛି ଏବଂ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି ।

ନିର୍ଦ୍ଧାରିତ ସମୟରେ ବୋଲିଂ ନକରିବାରୁ ମୋର୍ଗାନଙ୍କ ଦଳ ଉପରେ ପ୍ରଥମ ଥର ପାଇଁ ଜରିମାନା ଲଗାଯାଇଛି । ଯଦି ସେ ଏହି ସିଜନରେ ଦ୍ୱିତୀୟ ଥର ଏହି ଭୁଲ କରନ୍ତି, ତେବେ ତାଙ୍କ ଉପରେ 24 ଲକ୍ଷ ଜରିମାନା ଲଗାଯିବ। ଏହା ବ୍ୟତୀତ ତାଙ୍କ ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିସର 25 ପ୍ରତିଶତ ହ୍ରାସ କରାଯିବ, ଯାହା 6 ଲକ୍ଷରୁ କମ୍ ହେବ।

Leave A Reply

Your email address will not be published.

ବ୍ରେକିଂ