କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର କ୍ଷିତି ଭୂଷଣ ଦାସ

ଭୁବନେଶ୍ୱର : କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ନିଯୁକ୍ତ ହୋଇଛନ୍ତି ପ୍ରଫେସର କ୍ଷିତି ଭୂଷଣ ଦାସ । ସେ ସୋମବାରଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ପ୍ରଫେସର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୂର୍ବରୁ ପ୍ରଫେସର ଦାସ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ବା ଇଗ୍ନୋର ଉପ-କୁଳପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଡିନ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି । ପ୍ରଫେସର ଦାସ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ପିଏଚଡି ଓ ଡିଲିଟ୍ ହାସଲ କରିଥିଲେ । ଅଧ୍ୟାପନା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ଅଛି ।

Leave A Reply

Your email address will not be published.

ବ୍ରେକିଂ