ଲଖୀମପୁର ଖେରୀ ହିଂସା ଘଟଣା: ରାଷ୍ଟ୍ରପତିଙ୍କୁ ଭେଟି ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସା ଘଟଣା । କଂଗ୍ରେସର ୭ ଜଣିଆ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ । ରାହୁଲ ଗାନ୍ଧୀ କହିଛନ୍ତି, ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ । ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଦଳ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ପର୍ଯ୍ୟନ୍ତ ଅଜୟ ମିଶ୍ର ମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ଆଶିଷ ମିଶ୍ରଙ୍କ ବାପା ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ରାହୁଲ ଓ ପ୍ରିୟଙ୍କାଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, ଏ. କେ ଆଂଟୋନି, ଗୁଲାମ ନବୀ ଆଜାଦ ଓ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଗତ ୩ ତାରିଖରେ ଲଖୀମପୁର ଖେରୀରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ