ଆଜି ରଜର ଶେଷ ଦିନ; ବସୁମତୀ ସ୍ନାନ

ଆଜି ରଜ ଉତ୍ସବର ଶେଷ ଦିନ ଅର୍ଥାତ୍‌ ବସୁମତୀ ସ୍ନାନ। ବସୁମତୀ ସ୍ନାନ ହେଉଛି ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ଓଡ଼ିଆ ପରମ୍ପରାରେ ଏହି ଦିନରୁ ବେଶ୍‌ ଗୁରୁତ୍ୱ ରହିଛି। ଏହି ଦିନ ଘରେ ଘରେ ମା’ ଧରିତ୍ରୀଙ୍କର ପୂଜା କରାଯାଇଥାଏ।

ଏହିଦିନ ବଡ଼ି ଭୋରୁ ଶିଳପୁଆରେ ହଳଦୀ ,ସିନ୍ଦୂର, କଜଳ ପିଢ଼ା ଉପରେ ଥୁଆ ଯାଇ ପୂଜା କରାଯାଇଥାଏ। ଏଥିସହ କଳସ ଉପରେ ଆମ୍ବଡ଼ାଳ ରଖି ଧରଣୀ ମା’କୁ ସ୍ନାନ କରାଯାଏ। ରଜସ୍ୱାଳା ନାରୀ ଭଳି ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ସକାଳୁ ସ୍ନାନ କରି ପବିତ୍ର ହୋଇଥାଆନ୍ତି ଧରଣୀ ମା’। ଧରଣୀ ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ଶସ୍ୟ ବୀଜ ଧାରଣକାରିଣୀ ହୋଇଥାନ୍ତି।

ନୂଆ ପିଢ଼ା, ନୂଆଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୂର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା (ସେ ସବୁ ପ୍ରତୀକାତ୍ମକ) ସମସ୍ତ ଜିନିଷ ଯୋଗାଡ଼ କରାଯାଇଥାଏ। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖ ଦେବା ଲାଗି ରଜପର୍ବର ପରିକଳ୍ପନା। ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ପୃଥିବୀ ମା’କୁ ମାତା ଭାବେ ବିବେଚନା କରାଯାଇ ବର୍ଷାର ଆଗମନରେ ସେ ରଜସ୍ୱଳା ହୋଇଥାଆନ୍ତି। ଏହାପରେ ନୂତନ ଶସ୍ୟ ଉତ୍ପନ ହୋଇଥାଏ। ତେଣୁ ଏହି ତିନି ଦିନ ଚାଷୀମାନେ ହଳଲଙ୍ଗଳ ବ୍ୟବହାର ନକରି ଚାଷ କାର୍ଯ୍ୟରୁ ତିନିଦିନ ପାଇଁ ବିରତି ନେଇଥାଆନ୍ତି।

Leave A Reply

Your email address will not be published.

ବ୍ରେକିଂ