କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ : କଲରାପତରିଆ ବାଘ ଛାଲ ଜବତ । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛନ୍ତି ଫୁଲବାଣୀ ବନଖଣ୍ଡର ସୁଡ଼ରୁକୁମ୍ପା ବନାଞ୍ଚଳର ବନ କର୍ମଚାରୀ।  ଗିରଫ ଅଭିଯୁକ୍ତ ଜଣଙ୍କ କୁଟିକାରୀ ଗ୍ରାମର କବିଚନ୍ଦ୍ର କହଁରI

କବି ଏକ କଲରାପତରିଆ ବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ବନ କର୍ମଚାରୀମାନେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ମାମଲା ରୁଜୁ କରି କବିଙ୍କୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ କୋର୍ଟଚାଲାଣ ମଧ୍ୟ କରାଯାଇଛି l

ସୁଡ଼ରୁକୁମ୍ଫା ଜଙ୍ଗଲରୁ ହିଁ କବି ଏହି କଲରାପତିରିଆ ବାଘକୁ ଏପ୍ରିଲ ୧୯ରେ ମାରି ତାର ଛାଲକୁ ବିକ୍ରି କରିବା ଯୋଜନା କରିଥିଲା । କବି ଘରୁ ବନବିଭାଗ କୁରାଢି, ଗନ୍ ପାଉଡ଼ର, ଓ ୯ଟି ଗୁଳି ଜବତ କରିଛି । ସେହିପରି ଅନ୍ୟତ୍ର ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନବିଭାଗ ।

Leave A Reply

Your email address will not be published.

ବ୍ରେକିଂ