ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତଏବାର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ

ଶ୍ରୀନଗର:  ଦକ୍ଷିଣ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ରାତି ୧ ଟାରୁ ପୁଲୱାମାରେ ସୁରକ୍ଷା ବାହିନୀଦ୍ଵାରା ଚାଲିଥିବା ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଗୁଳି ବିନିମୟ ଜାରି ରହିଥିବା ଜଣାପଡିଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତଏବାର କମାଣ୍ଡର ଅଜାଜ ଅରଫ ଅବୁ ହୁରାରିଆ ରହିଥିବା ଜଣାପଡିଛି।

ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଏନକାଉଣ୍ଟର ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଏବଂ ପୋଲିସ ନିୟୋଜିତ ହୋଇଛନ୍ତି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପୁଲୱାମାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Leave A Reply

Your email address will not be published.

ବ୍ରେକିଂ