ନନ୍ଦନକାନନରେ ୩ଟି ଶାବକ ଜନ୍ମଦେଲା ବିଜଲୀ, ଜଣେ ମୃତ

ବାରଙ୍ଗ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ନନ୍ଦନକାନନରେ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଜଣାପଡି । ସେହିପରି ଅନ୍ୟ ଦୁଇ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଵାଭାବିକ ନାହିଁ । ତେଣୁ ଉଦ୍ୟାନ ଡାକ୍ତରୀ ଟିମ୍ ଉଭୟ ମା ଏବଂ ଛୁଆଙ୍କ ଉପରେ ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି ।

ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା । ଏବେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି । ଜନ୍ମ ଦେଇଥିବା ସିଂହୀକୁ ଗତ ବର୍ଷ ଡିସେମ୍ବର ମାସରେ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହେଉଥିବାରୁ ପ୍ରଜନନ ପ୍ରକ୍ରିୟା କରାଯାଇ ଥିଲା ।

Leave A Reply

Your email address will not be published.

ବ୍ରେକିଂ