ପେଟ୍ରୋଲ ପମ୍ପରେ ମଦ ବିକ୍ରି

ବଲାଙ୍ଗିର: ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସହିତ ଲୁଚାଛୁପାରେ ଚାଲିଛି ମଦ ବିକ୍ରି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ । ଗାଁ ପାଖରେ ଥିବା ଲାଠୋର ଜଗନ୍ନାଥ ଅଗ୍ରୱାଲଙ୍କ ପେଟ୍ରୋଲ ପମ୍ପରେ ବିଦେଶୀ ମଦ ବିକ୍ରୀ ହେଉଥିଲା । ଏନେଇ ଖବର ପାଇବା ପରେ ଅବକାରୀ ବିଭାଗ ଉକ୍ତ ପେଟ୍ରୋଲ ପମ୍ପରେ ଚଢ଼ାଉ କରିଛି । ଅବକାରୀ ବିଭାଗ ସେଠାରୁ ୮ପେଟି ବିଅର ଏବଂ ବିଦେଶୀ ମଦ ଜବତ କରିଛି ।

ବଲାଙ୍ଗିର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଏବଂ ପାଟଣାଗଡ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଥିଲା। ପେଟ୍ରୋଲ ପମ୍ପର ମାଲିକଙ୍କର ପାଇକମାଳରେ ଏକ ବିଦେଶୀ ମଦ ଦୋକାନ ରହିଛି। ତେଣୁ ସେଠାରୁ ମଦ ଆଣି ପେଟ୍ରୋଲ ପମ୍ପରେ ବେଆଇନ ଭାବେ ବିକ୍ରି କରୁଥିଲା । ଅବକାରୀ ବିଭାଗ ପେଟ୍ରୋଲ ପମ୍ପର ମ୍ୟାନେଜର ଜଗତରାମ ବାଗଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ