ଦେଶି ମଦ ବିକୁଥିଲେ, ବନ୍ଧା ହେଲେ

ଅମର୍ଦ୍ଦାରୋଡ: ଦେଶି ମଦ ବିକି ବିକୁଥିଲେ । ପୋଲିସ୍ ଦ୍ୱାରା ଧାରାପଡି ଗିରଫ ହେଲେ । ଦେଶି ମଦ ବ୍ୟବସାୟୀଙ୍କୁ ବାଲେଶ୍ୱର ଅବକାରୀ ବିଭାଗ ଗିରଫ କରିଛି । ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ତରଫରୁ ବସ୍ତା ଥାନା ଅଧୀନ କୁସିଡିହା ବଜାର, ଗୋଠଗଡିଆ ଓ କୁସୁଡିହା ଛକ ଆଦି ସ୍ଥାନ ମାନଙ୍କରେ ଚଢଉ କରି ୨୦ଲିଟର ଦେଶି ମଦ ସହ ୩ ଜଣଙ୍କୁ ଗିରଫ କରାଯାଇଛି |

ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ କୁସୁଡିହା ବଜାରରୁ ନିତ୍ୟାନନ୍ଦ ନାୟକ, ଗୋଠଗଡିଆ ଗ୍ରାମର କାଳିଚରଣ ସିଂ ଏବଂ କୁସୁଡିହା ଛକରୁ  ରାଧାକୃଷ୍ଣ ପ୍ରଧାନ ଠାରୁ ସମୁଦାୟ ୨୦ଲିଟର ଦେଶି ମଦ ଜବତ ହୋଇଛି।

ଏହି ଚଢାଉରେ ବସ୍ତା ଅବକାରୀ ବିଭାଗର ଓଆଇସି ଲକ୍ଷ୍ଯ ସାଧବ ପ୍ରଧାନ,ଶଶିକାନ୍ତ ସାହୁ, କୁମୁଦିନୀ ସୋ ଓ ବାବାଜୀ ପଣ୍ଡିତ ସଦଳ ବଳେ ଚଢଉ କରି ଉକ୍ତ ୩ ଜଣଙ୍କଠାରୁ ମୋଟ ୨୦ ଲିଟର ଦେଶି ମଦ ଜବତ କରି ଅଭିଯୁକ୍ତମାନ ବିରୁଦ୍ଧରେ କେସ ନଂ ୭୬/୨୦, ୭୭/୨୦ ଓ ୭୮/୨୦ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ