ପୁଲିସର ଗିରଫଦାରୀ ପ୍ରତିବାଦରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କଲେ

ବଲାଙ୍ଗିରପୁଲିସର ଗିରଫଦାରୀକୁ ବିରୋଧ  । ଫଳରେ ବଲାଙ୍ଗିର ଏସପି ଅଫିସ ଘେରାଉ କରିବା ସହିତ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରି ପୁଇଁତଳା ଅଏଁଳାସାରି ଗାଁର ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି । ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନାମୁତାବକ ଅଇଁଲାସାରୀ ଗାଁର ମାଉଲିକଟା ବନ୍ଧରେ ମାଛଠିକାନିଲାମ ହୋଇଥିଲା । ଏହି ମାଛଠିକାକୁ ଗାଁର ମହିଳାଗ୍ରୁପ ପାଇଥିଲେ । କିନ୍ତୁ ଏହାକୁ ପୂର୍ବର ଠିକାଦାର ନିଶାମଣି ନେଗୀ ଓ ତାଙ୍କ ସମର୍ଥକ ବିରୋଧ କରୁଥିଲେ । ଏପରିକି ଗାଁର କିଛିଲୋକଙ୍କୁ ମାଡମାରିଥିଲେ । ସେହି ଘଟଣା ପୁଇଁତଳା ଥାନାକୁ ଆସି ସମାଧାନ ହୋଇଥିଲା ।

କିନ୍ତୁ ଗତକାଲି ଅଇଁଲାସାରୀ ଗାଁର ଉକାଲୁ ସା ନାମକ ଜଣେ ଯୁବକ ବଲାଙ୍ଗିରରୁ ଘରକୁ ଫେରୁଥିବା ବେଳେ ମାଧିଆପାଲି ରେଳପୋଲ ପାଖରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଯାହା ଦ୍ୱାରା  ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁର କିଛିଲୋକ ନିରଞନ ବନଛୋର,କୃଷ୍ଣ ବନଛୋର,ଡାକ୍ତର ଚନ୍ଦନ ଓ କମ୍ପାଉଣ୍ଡର ଚନ୍ଦନଙ୍କ ଘରକୁ ପଶି ମାରପିଟ କରିବା ସହିତ ଘରମାନଙ୍କର ଆସବାବପତ୍ର ପୋଡିଦେଇ ସୁନା,ରୂପା,ଟଙ୍କା ଲୁଟ କରିନେଇଛନ୍ତି ।  ରାତିରେ ସଦର ଏସଡିପିଓ ତୁଫାନ ବାଗ ଖବର ପାଇ ସଦଳବଳେ ପହଞ୍ଚ ୩୨ଜଣଙ୍କୁ ଗିରଫ କରିଥିଲା । ପୋଲିସ ଘରକୁ ଘର ପଶି,ତାଟି କବାଟ ଭାଙ୍ଗି ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ କରି ଗାଁର ଶତାଧିକ ଲୋକ ଏସପି ଅଫିସ ସମ୍ମୁଖରେ ଧାରଣା ଦେଇ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ