ମଧ୍ୟପ୍ରଦେଶରେ ୬୦ଘଣ୍ଟିଆ ଲକଡାଉନ

ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ୬୦ଘଣ୍ଟିଆ ଲକଡାଉନ ଘୋଷଣା କରିଛନ୍ତି । ଶୁକ୍ରବାର ସଂନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ରାଜ୍ୟର ସମସ୍ତ ସହରାଚଂଳରେ ଲଡଡାଉନ  ଲାଗୁ କରାଯିବ । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଏଥିସହ ଯେଉଁ ସବୁ ସହର ଗୁଡିକରେ କରୋନା ମାମଲା ବୃଦ୍ଧି ପାଇଛି, ସେସବୁ ସ୍ଥାନରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି।

ଇନ୍ଦୋର ଓ ଭୋପାଳରେ ଦୈନିକ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଇନ୍ଦୋରରେ ୮୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଇନ୍ଦୋରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪,୮୯୫ରେ ପହଞ୍ଚିଛି। ସେହିପରି ଭୋପାଳରେ ୬୧୮ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫,୨୫୫ରେ ପହଞ୍ଚିଛି। ଇନ୍ଦୋରରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୬,୨୮୧ ଥିବାବେଳେ ଭୋପାଳରେ ୪,୬୮୧ ରହିଛି।

Leave A Reply

Your email address will not be published.

ବ୍ରେକିଂ