କେନ୍ଦୁଝର: କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଲୁଟ୍ । କଳାପଲ୍ସରରେ ୨ ଦୁର୍ବୃତ୍ତ ଆସି ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ମହିଳା ଜଣକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ସ୍ଥାନୀୟ କୋଅପରେଟିଭ୍ ବ୍ୟାଙ୍କର ଆକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ନିଜ ବ୍ୟାଙ୍କ ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ଲକ୍ଷ ଟଙ୍କା ଉଠାଇ ନେଉଥିଲେ । ଏହି ସମୟରେ ୨ ଦୁର୍ବୃତ୍ତ ଅନ୍ନପୂର୍ଣ୍ଣାଙ୍କ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।