ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

 ମୟୁରଭଞ୍ଜ :ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛରେ ପ୍ରେମୀଯୁଗଳଙ୍କ  ମୃତ ଦେହ ଉଦ୍ଧାର ହୋଇଛି ।  ପ୍ରେମୀଯୁଗଳ ରସଗୋବିନ୍ଦପୁର ଥାନା ଦରଖୋଳି ଗ୍ରାମର ବାଉଳା ସିଂ ଓ ସୀମା ସିଂ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ଉଭୟ ଯୁବକ ଏବଂ ଯୁବତୀ ଜଣକ ପାଖ ଗାଁ ଦରକୋଳି କଣ୍ଟାବଣି ଅଞ୍ଚଳର । ସେମାନେ କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ ଏବଂ କିଭଳି ଗଛ ଡାଳରେ ଝୁଲି ଗଲେ ତାହା ଅସ୍ପଷ୍ଟ ରହିଛି ।  ଯୁବକ ଜଣକ ଗାମୁଛାରେ ଏବଂ ଯୁବତୀ ଜଣକ ଓଢ଼ଣୀରେ ଝୁଲୁଛନ୍ତି । ତେବେ ପ୍ରେମ ଜନିତ ବିଫଳତା ଯୋଗୁଁ ଉଭୟ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.

ବ୍ରେକିଂ