ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଓଡିଶା

ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଅବପାତ ରୂପ ନେବା ପରେ ୪୮ ଘଣ୍ଟାରେ ଅଧିକ ଘନିଭୂତ ହେବା ସମ୍ଭାବନା ରହିଛି । ଆସନ୍ତା ୨୫ ବେଳକୁ ପଶ୍ଚିମଉତ୍ତରକୁ ଗତି କରି ତାମିଲନାଡ଼ୁ ଓ ପୁଡୁଚେରୀ ଛୁଇଁବ ।

ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ବର୍ଷା ପରେ ବଢ଼ିବ ଶୀତ । ବର୍ଷା କାରଣରୁ ୫ଦିନ ଯାଏ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ କହିଛି । ବର୍ଷା ପରେ ସ୍ୱାଭାବିକ ଠାରୁ ୪ରୁ ୫ଡିଗ୍ରୀ ତାପମାତ୍ରା କମିବ ।

Leave A Reply

Your email address will not be published.

ବ୍ରେକିଂ