ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ସବସିଡି ନଥିବା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି କରାଯାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଦର ବଢ଼ିବା ପରେ ଅଣ ସବସିଡି ଏଲପିଜି ସିଲିଣ୍ଡରର (୧୪.୨ କିଲୋଗ୍ରାମ) ଦାମ ୮୩୪.୫୦ ପଇସା ହୋଇଛି। ଦିଲ୍ଲୀ ଏବଂ ମୁମ୍ୱାଇରେ ସିଲିଣ୍ଡରର ଦାମ ୮୩୪ ଟଙ୍କା ୫୦ ପଇସା ରହିଛି।

ସେହିପରି କୋଲକାତାରେ ଏହାର ଦାମ ୮୩୫.୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ଏହାର ଦାମ ୮୫୦.୫୦ ପଇସା ରହିଛି।  ଏହାପୂର୍ବରୁ ଏଲପିଜି ମୂଲ୍ୟ ୮୦୯ ଟଙ୍କା ଥିଲା। ବିଗତ ୬ ମାସ ମଧ୍ୟରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ୧୪୦ ଟଙ୍କା ବଢ଼ିଥିବା ବେଳେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦାମ ୭୬ ଟଙ୍କା ବଢ଼ିଛି। 

ସେହିପରି ବିମାନ ଚଳାଇବା ପାଇଁ ବ୍ୟବହାର ହେଉଥିବା ଆଭିଏସନ ଟରବାଇନ ଫୁଏଲ (ଏଟିଏଫ) ଦର ୨,୩୫୪ ଟଙ୍କା/କେଏଲ ପିଛା ବଢ଼ିଛି। ଏବେ ଦିଲ୍ଲୀରେ ଏହି ଦର ୬୮.୨୬୨ ଟଙ୍କା/କେଏଲ ରହିଛି।

Leave A Reply

Your email address will not be published.

ବ୍ରେକିଂ