ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି

ନୂଆଦିଲ୍ଲୀ:  ପେଟ୍ରୋଲିୟମ କମ୍ପାନୀଗୁଡିକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସବସିଡି ନଥିବା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏଥି ସହିତ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୫ ଟଙ୍କା ବୃଦ୍ଧି ପାଇଛି।

ଏହି ବୃଦ୍ଧି ପରେ ଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ୧୪.୨  କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫  ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର ୧୬୯୩ ଟଙ୍କାକୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ଅଗଷ୍ଟ ୧୮ରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ୨୫.୫୦ ପଇସା ବୃଦ୍ଧି ପାଇଥିଲା। ଗଲା ୧୫ ଦିନ ମଧ୍ୟରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି। ସେହିପରି ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ସିଲିଣ୍ଡର ପିଛା ୧୯ ଟଙ୍କା ଯାଏ ଦାମ୍‌ ବଢ଼ିଛି।

Leave A Reply

Your email address will not be published.

ବ୍ରେକିଂ