ମେ ୨୬ ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ବର୍ଷ ୨୦୨୧ରେ ଲାଗିବ ଦୁଇଟି ଚନ୍ଦ୍ର ଗ୍ରହଣ।  ପାଞ୍ଜି ଓ ଜ୍ୟୋତିଷ ଗଣନା ଅନୁଯାୟୀ ବର୍ଷ ୨୦୨୧ରେ ମୋଟ ଦୁଇଟି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ’ ୨୬ ତାରିଖରେ ଲାଗିବାକୁ ଯାଉଛି।

ତେବେ ଭାରତରେ ଚନ୍ଦ୍ରଗ୍ରହଣର କଣ ପ୍ରଭାବ ପଡିବ ତାହା ଜାଣିବାକୁ ସମସ୍ତଙ୍କର ଇଛା ରହିଛି।  ଜ୍ୟୋତିଷ ଗଣନା ଅନୁସାରେ ଚଳିତ ବର୍ଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। କିନ୍ତୁ ଭାରତରେ ଏହାକୁ ଉପଛାୟା ଗ୍ରହଣ ଭାବେ ଗ୍ରହଣ କରାଯିବ। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଦେଶର ପ୍ରତ୍ୟେକ ସ୍ଥାନରେ ଦୃଶ୍ୟମାନ ହେବନାହିଁ ।

ସେହିପରି ନଭେମ୍ବର ୧୯ ତାରିଖରେ ଲାଗିବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ।

Leave A Reply

Your email address will not be published.

ବ୍ରେକିଂ