ମ୍ୟାଗି ପକୋଡା

 ଆବଶ୍ୟକ ସାମଗ୍ରୀ

କ୍ୟାପସିକମ,ପିଆଜ,ଲୁଣ,ତେଲ,ମଇଦା,ମ୍ୟାଗି, ଲଙ୍କା ପାଉଡର,ଧନିଆ ପତ୍ର ,କଂଚା ଲଙ୍କା,ଚିଜ୍ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମ୍ୟାଗିକୁ ସିଝାଇ ରଖିବେ । ମ୍ୟାଗି ସିଝିବା ପରେ ଏକ ପାତ୍ରକୁ ଛାଣି ରଖିବେ । ଏହାପରେ ଆଉ ଏକ ପାତ୍ରରେ କିଛି ମଇଦା, ଲୁଣ, ଲଙ୍କା ପାଉଡର, କଟା କ୍ୟାପସିକମ, କଟା କଂଚା ଲଙ୍କା, କଟା ପିଆଜ, କଟା ଧନିଆ ପତ୍ର  ଏବଂ ଚିଜକୁ ଗ୍ରେଡ କରି ରଖିବେ । ଏହାପରେ ସେଥିରେ, ସିଝାଇ ରଖିଥିବା ମ୍ୟାଗି ପକାଇ ଭଲଭାବେ ମିକ୍ସ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ, ସେଥିରେ ଗୋଳାଇ ରଖିଥିବା ମିଶ୍ରଣକୁ ଅଳ୍ପ ଅଳ୍ପ ନେଇ  ତେଲରେ ପକାଇ  ଛାଣିବେ । ଉଭୟ ପାଖ ଗୋଲ୍ଡେନ କଲର ହେବା ପରେ, ଏକ ପାତ୍ରକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ମ୍ୟାଗି ପକୋଡା । ଏବେ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ ।

 

Leave A Reply

Your email address will not be published.

ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି