ମାହାଙ୍ଗା ଡବଲ ମର୍ଡର ଘଟଣା: ଡିଜିପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ
କଟକ: ଡିଜିପି ଅଫିସ୍ ଆଗରେ ବିଜେପି ନେତା ଓ କର୍ମୀଙ୍କ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରିଛି ବିଜେପି ।
ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି ବିଜେପି। ଘେରାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ବିଜେପି ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ମାହାଙ୍ଗା ଡବର୍ଲ ମର୍ଡର ଏତଲାର ସବୁ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଡିଜିପିଙ୍କ ସହ ଆଲୋଚନା ବେଳେ ଦୃଢ ଦାବି କରିଛି ବିଜେପି।
ତେବେ ୧୦ ଦିନ ମଧ୍ୟରେ ତଦନ୍ତ ସାରିବକୁ ପୋଲିସ ଡିଜି ଅଭୟ ପ୍ରତିଶୃତି ଦେଇଥିବା ବିଜେପି ସଭାପତି ସୂଚନା ଦେଇଛନ୍ତି। ହେଲେ ଆଲୋଚନା ସକରାତ୍ମକ ନୁହେଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଆଜି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ । ମାତା ମଠରୁ ବାହାରି ଏହି ଶୋଭାଯାତ୍ରାରେ ଡିଜିପି ଅଫିସଠାରେ ପହଞ୍ଚିଥିଲା । ମନ୍ତ୍ରିମଣ୍ଡଳରୁ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରିଥିଲା ବିଜେପି।