ବମ୍ବେ ହାଇକୋର୍ଟ ସାସଂଦ ନବନୀତ ରାଣାଙ୍କ ଜାତିଗତ ପ୍ରମାଣପତ୍ରକୁ ଖାରଜ କଲେ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅମରାବତୀରୁ ସ୍ୱାଧିନପ୍ରାର୍ଥି ଥିବା ସାସଂଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟ ତରଫରୁ ଶକ୍ତ ଝଟକା । ରାଣାଙ୍କ ଜାତିଗତ ପ୍ରମାଣପତ୍ରକୁ ଖାରଜ କରିବା ସହ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି କୋର୍ଟ । ନକଲି କାଗଜ ପତ୍ର ଆଧାରରେ ଜାତି ପ୍ରମାଣପତ୍ର ତିଆରି କରିଥିବା ଆରୋପ ହୋଇଛି ।

ନବନୀତ ରାଣାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ବମ୍ଭେ ହାଇକୋର୍ଟର ନାଗପୁର ଖଣ୍ଡପିଟରେ ପିଟିସନ୍ ଦାୟର କରାଯାଇଥିଲା ଏବଂ ଏହି ପିଟିସନ୍‌ରେ ଦର୍ଶାଯାଇଥିଲା ଯେ ନବନୀତ୍ ରାଣା ପଞ୍ଜାବରୁ ଆସିଛନ୍ତି । ଏବଂ ସେ ଲବାନା ଜାତିର ଅଟନ୍ତି । ଯାହା ମହାରାଷ୍ଟ୍ରରେ ଏସ୍‌.ସି ଶ୍ରେଣୀରେ ଅର୍ନ୍ତଭୁକ୍ତ ନୁହଁ । ଏହାରି ମଧ୍ୟରେ ସେ ମିଛ ପ୍ରମାଣପତ୍ର ଓ ସ୍କୁଲ୍ ସାର୍ଟିଫିକେଟ ସବୁ ଦେଇ ଏହି ଜାତିଗତ ପ୍ରମାଣପତ୍ର କରିଛନ୍ତି ।

ସୂଚାଯୋଗ୍ୟ ମୁମ୍ବାଇର ଆଣ୍ଟିଲିଆ ମାମଲାରେ ସେ ଶିବସେନା ସରକାରକୁ ଟାର୍ଗେଟ୍ କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କୁ ଶିବସେନା ନେତାଙ୍କ ଠାରୁ ଏସିଡ୍ ମାଡ଼ର ଧମକ ମିଳିଥିଲା। ନବନୀତ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ। ନବନୀତ ରାଜନୀତିରେ ଆସିବା ପୂର୍ବରୁ ମଡେଲିଂ କରୁଥିଲେ।

ସେହିପରି ନବନୀତ୍ ରାଣା ୨୦୧୪ରେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ଏନସିପି ଦଳରୁ ନିର୍ବାଚନ ଲଢିଥଲେ ପରେ ହାରି ମଧ୍ୟ ଥିଲେ । ଏହାପରେ ୨୦୧୯ରେ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ତାଙ୍କ ସ୍ୱାମୀ ରବି ରାଣା ମହାରାଷ୍ଟ୍ରର ବିଧାୟକ ଅଟନ୍ତି ।

Leave A Reply

Your email address will not be published.

ବ୍ରେକିଂ