ଆଜି ମାଲକାନଗିରି ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ଓଡିଶାର ୪ଟି ସହର ୪୦ ଡିଗ୍ରୀ ଉପରେ ରହିଛି । ୪୦.୫ ଡିଗ୍ରୀ ସହ ମାଲକାନଗିରି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ, ବଲାଙ୍ଗୀର ଓ ସୁନ୍ଦରଗଡର ତାପମାତ୍ରା ୪୦ ଡିଗ୍ରୀ ରହିଛି ।

ସେହିପରି କଟକ ୩୬ ଡିଗ୍ରୀ ଓ ଭୁବନେଶ୍ୱରର ତାପମାତ୍ରା ୩୭.୪ ଡିଗ୍ରୀ ରହିଛି । ଗତ କିଛି ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବା ବେଲେ ଏବେ ଅସହ୍ୟ ଗରମରୁ ଟିକିଏ ତ୍ରାହି ମିଳିଛି । ଲଗାତର ଭାବରେ ଗରମରୁ ଏବେ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି ।

ଗତ କିଛି ଦିନ ପ୍ରଚଣ୍ଡ ଖରାରେ ସିଝୁଥିଲା ସାରା ରାଜ୍ୟ,  ଦିନ ୧୦ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡିଥିଲା ।

Leave A Reply

Your email address will not be published.

ବ୍ରେକିଂ