କରୋନା ଟିକା ନେଲେ ମାଲକାନଗିରି ଜିଲ୍ଲାପାଳ ଏବଂ ଏସପି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦ୍ଵିତୀୟ ପର୍ଯ।ୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ମାଲକାନଗିରି ଡିଅ।ରଡିଏ ପରିସରରେ ଚାଲିଥିବା ଏହି ପର୍ଯ୍ୟାୟ ଟିକାକରଣରେ ପ୍ରଥମେ  ଜିଲ୍ଲାପାଳ ଡ଼.ୱାଇ ବିଜୟ ଏବଂ ଏସପି ରିଷୀକେଶ ଖିଲାରୀ ଡି ଟିକ। ନେଇଛନ୍ତି । ଏହି ପର୍ଯ୍ୟ।ୟରେ  କୋଭିଡ ଯୋଦ୍ଧା ପୋଲିସ, ବିଏସଫ ଯବାନ ଏବଂ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ  ।

ଆଜି ୫ ଟି କେନ୍ଦ୍ରରେ  ଟିକା ପ୍ରଦାନ କରାଯାଉଛି । ଡିଆରଡିଏ ପରିସର, ପୋଲିସ କ୍ୟାମ୍ପ, ବିଏସଫ କ୍ୟାମ୍ପ, ମାଥିଲି ବ୍ଲକ ଏବଂ କାଲିମେଳା ବ୍ଲକରେ ଟିକାକରଣ କେନ୍ଦ୍ର ସ୍ଥାପନ କରାଯାଇଛି   । ପ୍ରଥମ ପର୍ଯ୍ୟାୟରେରେ ବର୍ତ୍ତମାନ ସୁଦ୍ଧା ୩୩୦୦ ସ୍ୱାସ୍ଥ୍ୟକର୍ମଚାରି,ଅଙ୍ଗନବାଡି କର୍ମୀଙ୍କୁ ଟିକା ଦିଆଯାଇଥିଲା ।

ତେବେ ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଧେଶକ  ବାଳ ମୁକୁନ୍ଦ ଭୂୟାଁ, ସି ଡି ଏମ ଓ ଡ଼.ପ୍ରଫୁଲ କୁମାର ନନ୍ଦଙ୍କୁ ଟିକା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇରଖିବା ପାଇଁ ସଚେତନତା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ