ଭିଜିଲାନ୍ସ ଜାଲରେ ମାଲକାନାଗିରି ଡିପିଏମ୍

ମାଲକାନାଗିରି: ଲାଞ୍ଚ ନେଇ ଧରାପଡିଲେ ଡିପିଏମ୍ । ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ମାଲକାନଗିରି ଏନଆରଏଚଏମର ଡିପିଏମ ସୁଦୀପ କେଶ । ସେ ଆଜି ତାଙ୍କ କାର୍ଯ୍ୟଳୟର କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ ପାସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଏନଆରଏଚଏମ ସଂସ୍ଥା ରେ କାର୍ଯ୍ୟରତ ଡିପିଏମ ବିଭିନ୍ନ କାର୍ଯ୍ୟ ଗୁଡ଼ିକର ବିଲ ଦେୟ ଗୁଡିକ ପାସ କରିବା ପାଇଁ ନିଜ ସଂସ୍ଥାର ଜେଇଙ୍କୁ ବାରମ୍ବାର ଅର୍ଥ ମାଗୁଥିଲେ । ତେବେ ଆଜି ପୁଣି ଏକ କାମର ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଏହି ଲାଞ୍ଚ ଦେବା ବେଳେ ମାଲକାନଗିରି ଜିଲ୍ଲା ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛନ୍ତି । ତେବେ ଏନେଇ ଗିରଫ ସୁଦୀପ କହିଛନ୍ତି ମୋର କୌଣସି ଭୁଲ ନାହିଁ ମୋତେ ଜାଣିଶୁଣି ଫସାଇ ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ