ମମତା ଦିଦିଙ୍କୁ ପସନ୍ଦ ନୁହେଁ ଭାରତ ମାତା କୀ ଜୟ ଗାନ: ପ୍ରଧାନମନ୍ତ୍ରୀ

କୋଲକାତା : ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହଳଦିଆଠାରେ ଭାରତୀୟ ତୈଳ ନିଗମ ଦ୍ୱାରା ନିର୍ମିତ ଏଲପିଜି ଯୋଗାଣ ଟର୍ମିନାଲ ଏବଂ ଦୁର୍ଗାପୁର ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ । ଭାଷଣ ଆରମ୍ଭରୁ ମମତା ସରକାରକୁ କଡ଼ା ସମାଲୋଚନା କରିଥିଲେ ମୋଦି ।

ସେ କହିଛନ୍ତି ବଙ୍ଗଳାକୁ ‘ମମତା’ର ଆଶା ଥିଲା, କିନ୍ତୁ ତାକୁ ‘ନିର୍ମମତା’ ମିଳିଲା। ମମତାଙ୍କୁ ‘ଭାରତ ମାତା କୀ ଜୟ’ ଶୁଣିବା ପସନ୍ଦ ନୁହେଁ। ସେ ଏହି ନାରା ଶୁଣିବା କ୍ଷଣି ଅସନ୍ତୁଷ୍ଟ ହୋଇଯାଆନ୍ତି। ବଙ୍ଗଳାରେ ଆପଣମାନେ ଦିଦିଙ୍କୁ ଆପଣଙ୍କ ଅଧିକାର କଥା ପଚାରିଲେ ସେ ରାଗି ଯାଆନ୍ତି। କିନ୍ତୁ ଦେଶ ବିରୋଧରେ କହୁଥିବା ଲୋକ ଯେତେ​କଟୁ କଥା କହିଲେ ବି ଦିଦି ରାଗନ୍ତି ନାହିଁ।

ଜନସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଟାର୍ଗେଟ କରି ମୋଦୀ କହିଥିଲେ ଯେ, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ କାହିଁକି ପଛରେ ପଡିଛି ? ଗତ ୧୦ ବର୍ଷ ଧରି ମମତାଙ୍କ ସରକାର ରାଜ୍ୟରେ କେତେ ଶିଳ୍ପ ସ୍ଥାପନ କରିଛନ୍ତି ? ମା, ମାଟି, ମାନୁଷ ନାଁରେ ମମତା ଦିଦି ଲୋକଙ୍କୁ ଠକି ଚାଲିଛନ୍ତି ବୋଲି ମୋଦି କହିଛନ୍ତି । ସେହିପରି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ, ଦେଶ ଉଚିତ ଜବାବ ଦେବ ବୋଲି ଜନସଭାରେ ପ୍ରଶ୍ନ କହିଥିଲେ ।

ମୋଦି ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । କୋଲକାତାରେ ପ୍ରାୟ ୮ ହଜାର ୫ ଶହ ​‌କୋଟି ଟଙ୍କାର ମେଟ୍ରୋ ଷ୍ଟେସନ୍‌ କାମ ଜାରି ରହିଛି । ଆଗକୁ ମଧ୍ୟ ଅନେକ ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ମୋଦୀ ଆହୁରି କହିଥିଲେ, ହିଂସା ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ, ଅପରାଧ ଏବଂ ଅପରାଧୀମାନଙ୍କ ପୁନର୍ଜୀବନ ଯୋଗୁ ପଶ୍ଚିମବଙ୍ଗରେ ଗରୀବି ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ପୂର୍ବ ତୁଳନାରେ ଯେତିକି ଆଗୁଆ ଥିଲା, ଯଦି ବିଗତ ଦଶନ୍ଧିରେ ସେହି ଗତି ଆହୁରି ବୃଦ୍ଧି ପାଇଥାନ୍ତା, ​ ତେବେ ଆଜି ରାଜ୍ୟ କେଉଁଠୁ କେଉଁଠି ପହଞ୍ଚି ଯାଇଥାନ୍ତା।

Leave A Reply

Your email address will not be published.

ବ୍ରେକିଂ