ଝାରସୁଗୁଡାରୁ ଦେଶି ବନ୍ଧୁକ ଧାରି ଗିରଫ

ଝାରସୁଗୁଡା : ଦେଶି ବନ୍ଧୁକ ଧରି ବୁଲୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ବନ୍ଧୁକକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶ ବଳିଆ ଜିଲ୍ଲା ଅଞ୍ଚଳର ରବି ଗୁପ୍ତା ବୋଲି ଜଣା ପଡିଛି । ସେ ଝାରସୁଗୁଡା ସହର ମାଉଳିଗୁଡି ଅଞ୍ଚଳରେ ରହି ବ୍ୟବସାୟ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏନେଇ ଝାରସୁଗୁଡା ଟାଉନ ଥାନା କେଶ ନମ୍ବର ୩୪୦/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ