ରାଜଧାନୀରେ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ଵର :  ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ବସ୍ତିରେ ସ୍ତ୍ରୀ ସ୍ଵାମୀକୁ ହତ୍ୟା କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ସାମ ମୁଣ୍ଡରି । ସେ ବିଏମସିର ସଫେଇ କାମ କରନ୍ତି ।

ସୋମବାର ବିଳମ୍ବିତ ରାତିରେ ସାମ ମୁଣ୍ଡରିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାମଙ୍କ ସ୍ତ୍ରୀକୁ ଅଟକ ରଖିଛି । ଘଟଣାସ୍ଥଳରେ ଏବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ