ଶିଶୁପୁତ୍ରକୁ ହତ୍ୟା କରି ବାପାର ଆତ୍ମହତ୍ୟା

ନବରଙ୍ଗପୁର: ନିଶା ହେଲା କାଳ। ନିଶାଶକ୍ତ ଅବସ୍ଥାରେ ୩ ବର୍ଷର କୁନି ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି ମଦୁଆ ବାପା । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝିରିଗାଁ ଥାନା ଅଞ୍ଚଳରେ ଘଟିଛି। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବିକ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଅର୍ଜୁନଗୁଡା ଗାଁର ପୀତବାସ ଭତ୍ରା ଗତକାଲି ରାତିରେ ମଦ୍ୟପାନ କରି ଘରକୁ ଫେରିବା ପରେ ସ୍ତ୍ରୀ ବିମଳା ମାଝୀ ସହ ପାଟିତୁଣ୍ଡ କରିବା ସହ ବିମଳାକୁ ମାରିବା ପାଇଁ ଗୋଡ଼ାଇଥିଲା । ସ୍ତ୍ରୀ ବିମଳା ସ୍ୱାମୀର ଭୟରେ ଘର ପଛପଟେ ୨ ଘଣ୍ଟା କାଳ ଲୁଚିବା ପରେ ଘରକୁ ଆସିଲା ବେଳକୁ ସ୍ୱାମୀ ବେକରେ ଦଉଡି ଲଗାଇ ଝୁଲି ପଡିଥିବା ଦେଖିଥିଲେ । ପରେ ପଡୋଶୀଙ୍କୁ ଚିତ୍କାର କରି ଡାକ ପକାଇଥିଲା। ଫଳରେ  କବାଟ ଭାଙ୍ଗି ଦେଖିଲା ବେଳକୁ ଗୋଟିଏ ଶାଢୀରେ ୩ ବର୍ଷର ପୁଅ ଓ ବାପା ପୀତବାସ ଫାଶୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଦୁହିଁଙ୍କୁ ଓହ୍ଲାଇବା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।  ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଝରିଗାଁ ପୋଲିସକୁ ଗ୍ରାମବାସୀ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.

ବ୍ରେକିଂ