ବାହାଘର ପୂର୍ବରୁ କରୋନାରେ ଚାଲିଗଲା ଜୀବନ

ଭଦ୍ରକ : ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳର ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଛି । ବାହାଘର ପୂର୍ବରୁ ଆଖି ବୁଜିଲା ବର ।  ବିବାହ ବେଦୀ ବଦଳରେ ଶବ ହୋଇ ମଶାଣିକୁ ଗଲା  । ଏହି ଖବର ପରେ ସାରା ଅଞ୍ଚଳରେରେ ଶୋକର ଛାୟା ଖେଳିଯାଇଛି।

ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷ ବୟସ୍କ ପୁଅ ଚନ୍ଦ୍ରମଣୀଙ୍କର ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ୩ ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତା ପରଦିନ ହଠାତ୍ ଜ୍ଵର ହେବାରୁ କରୋନା ଟେଷ୍ଟ ପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ ପୁଅ । ସେଥିପାଇଁ ବିବାହ ତାରିଖ ଘୁଞ୍ଚାଇ ୧୮ ତାରିଖ ପାଇଁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର । ବିବାହ ଦିନ ଯେତେ ପାଖେଇ ଆସୁଥିଲା ଦେହ ମଧ୍ୟ ଭଲ ହେବାକୁ ଲାଗିଥିଲା । 

ହେଲେ ହଠାତ ପୁଅ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରି ପରିବାର ଲୋକଙ୍କୁ ଡାକିଥିଲେ । ଆଉ ପରିବାର ଲୋକ ଘରକୁ ଡାକ୍ତର ଡାକି ଦେଖିଲେ ପୁଅର ଅକ୍ସିଜେନ ଲେବଲ କମିଯାଉଛି । ମେଡିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଅର ମୃତ୍ୟୁ ଘଟିଥିଲା ।

ସ୍ଥାନୀୟ ସରପଞ୍ଚ, ବ୍ଲକ୍ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର କରାଗଲା ।

Leave A Reply

Your email address will not be published.

ବ୍ରେକିଂ