ପୋଖରୀରେ ବୁଡି ଚାଲିଗଲା ଜୀବନ

ନବରଙ୍ଗପୁର: ପୋଖରୀକୁ ଗାଧେଇବାକୁ ଯାଇଥିଲେ, ବୁଡିଯାଇ ପ୍ରାଣ ହରାଇଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଲୁକାଗୁଡା ଗାଁରେ ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ନାଁ ବସନ୍ତ ହରିଜନ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଆଜି ବସନ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଉ ଗାଧୋଉ ଗଭୀର ପାଣିରେ ବୁଡି ଯାଇଥିଲେ ।

ଦୀର୍ଘ ସମୟ ଧରି ବସନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଯୁବକଙ୍କ ଶବକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ