ଏବେବି ବଞ୍ଚିଛି ମଣିଷ ପଣିଆ: ୩ ଭରି ଓଜନର ସୁନାଚେନ ପାଇ ଫେରାଇଲେ ହୋଟେଲ ମାଲିକ

ଆଠଗଡ: ପଣିଷ ପଣିଆ ଦେଖାଇଲେ ହୋଟେଲ ମାଲିକ ।ଗ୍ରାହକଙ୍କ  ସୁନା ଚେନ ପାଇ ଫାରାଇଲେ ।ସୂଚନା ଅନୁଯାୟୀ, ଆଠଗଡ ବ୍ଲକ ଧାଈପୁର ପଞ୍ଚାୟତ କଇଥ ଛକ ନିକଟରେ ଥିବା ସାଇ କ୍ରିଷ୍ଣା ହୋଟେଲରେ ଆଜି ଅନୁଗୁଳ ଜିଲ୍ଲାର ଗୋଠମରା ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ ତାଙ୍କ ପରିବାର ସହିତ ଅନୁଗୁଳରୁ ପୁରୀ ଯିବା ସମୟରେ ସାଇକ୍ରିଷ୍ନା ହୋଟଲରେ ଆଜି ମଧ୍ୟାହ୍ନ ସମୟରେ ଖାଇବା ପାଇଁ ଯାଇଥିଲେ ।  

ଖାଇବା ସମୟରେ ଅସବଧାନତା ହେଉ କି କିଭଳି ହୋଟେଲରେ ପଡିଯାଇଥିଲେ । ହେଲେ ଦୁର୍ଯ୍ୟୋଧନ ତାଙ୍କର ସୁନାଚେନ ହଜିଥିବା ମଧ୍ୟ ଜାଣିନଥିଲେ ତାଙ୍କ ପରିବାର ସହିତ ପୁରୀ ଅଭିମୁଖେ ଚାଲି ଯାଇଥିଲେ ।

ତେବେ ହୋଟେଲର ମାଲିକ ପ୍ରଶାନ୍ତ ସାହୁ  ଦୁର୍ଯ୍ୟୋଧନ ଖାଉଥିବା ଟେବୁଲ ତଳୁ ଏକ ସୁନାଚେନ ପଡିଥିବା ଦେଖିବାକୁ ପାଇଥିଲେ । ସୁନା ଚେନ ଫେରାଇବା ପାଇଁ ପ୍ରଶାନ୍ତ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ହୋଟେଲ ଠାରୁ ୭ କିମି ଦୂର ଚାଲି ଯାଇଥିଲେ ।

ପରେ ପ୍ରଶାନ୍ତ ତାଙ୍କ ସୁନାଚେନ ହଜିଥିବା ଜଣାଇବାରୁ ଦୁର୍ଯ୍ୟୋଧନ ସେଠାରୁ ଫେରି ତାଙ୍କ ସୁନାଚେନ ନେଇଛନ୍ତି । ତେବେ ଉକ୍ତ ସୁନାଚେନଟି ତିନିଭରିର ହୋଇଥିବା ବେଳେ ଦେଢଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଦୁର୍ଯ୍ୟୋଧନ ହୋଟେଲର ମାଲିକ ପ୍ରଶାନ୍ତ ସାହୁଙ୍କ ଏଭଳି ମଣିଷ ପଣିଆ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ