ବଡ଼ ଜ୍ୱାଇଁର ଛୁରା ମାଡରେ ସାନ ଜ୍ୱାଇଁ ମୃତ

ଦିଗପହଣ୍ଡି: ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ଗ୍ରାମରେ ଅଭାବନୀୟ ଘଟଣା । ଶ୍ୱଶୁରଙ୍କ ଦଶାହ ଭୋଜିରେ ବଡ ଜ୍ୱାଇଁଙ୍କ ଛୁରାମାଡରେ ସାନ ଜ୍ୱାଇଁ ମୃତ । ଅଭିଯୁକ୍ତ ବଡ଼ ଜ୍ବାଇଁ ଥାନାରେ ଅଟକ । ରକ୍ତଭିଜା ଛୁରୀ, ବାଇକ ଏବଂ ମୋବାଇଲ ଜବତ କରିଛି ପୋଲିସ ।

ସୂଚନାମୁତାବକ ବଡ ଜ୍ୱାଇଁ ଜଗନ୍ନାଥଙ୍କ ପାଖରେ ରହି ସାନ ଜ୍ୱାଇଁ କୁନା କାମ କରୁଥିଲେ ।  ୨୦୧୯ ରେ କୁନା ବିବାହ ଲାଗି ଜଗନ୍ନାଥଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଧାର ଆଣିଥିଲେ । ଧାର ଟଙ୍କା ପରିଶୋଧ ପାଇଁ କୁନା  ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ଟଙ୍କା ପରିଶୋଧ ନାଁ ଧରୁନଥିଲେ। କରଜ ଟଙ୍କା ପରିଶୋଧକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଅନେକ ଥର ଝଗଡା ମଧ୍ୟ ହୋଇଥିଲା ।

ତେବେ ଶନିବାର ଶ୍ୱଶୁର ଘରେ ଦ୍ୱାଦଶାହ ଶୁଦ୍ଧିକ୍ରିୟା କର୍ମ ସରିବାପରେ ଜଗନ୍ନାଥ ପୁଣି ଥରେ କୁନାଙ୍କୁ ଟଙ୍କା ପରିଶୋଧ ପାଇଁ କହିଥିଲେ । କିନ୍ତୁ କୁନା ତାହା ଶୁଣି ନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଠେଲା ପେଲା ପରେ ମାରପିଟ ହୋଇଥିଲା । ତେବେ ଜଗନ୍ନାଥ ଉତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ ଛୁରୀରେ କୁନାଙ୍କ ଛାତିକୁ ଭୂଷି ଦେଇଥିଲେ । ପରେ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହାତ କୁନାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ତେବେ ସେଠାରେ ତାଙ୍କର ମୃତ ଘଟିଛି ।

ସେହିପରି ଘଟଣାସ୍ଥଳରୁ ଅଭିଯୁକ୍ତ ଜଗନ୍ନାଥ ଦୌଡି ପଳାଉଥିବା ବେଳେ ଗାଁ ଲୋକେ ତାଙ୍କୁ ଘେରା ବନ୍ଦୀ କରି ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକ୍ରୀ ଗାଁରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରି ଫେରିଥିବା ଆଇଆଇସି କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ