ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ଝାରସୁଗୁଡା: ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅଧିନ ବୃନ୍ଦାମାଲ ଗଣ୍ଡପଡ଼ାରେ । ଅଭିଯୁକ୍ତ ପୁଅ ବୈକୁଣ୍ଠ ମରେଇ ଫେରାର ।  ଏ ନେଇ ମୃତକଙ୍କ ସ୍ତ୍ରୀ  ବଡ଼ମାଲ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢ଼େ ୨ ଟାରେ ଅଭିଯୁକ୍ତ ବୈକୁଣ୍ଠ ଘରେ ତାର ବାପାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା ଓ ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ବାପାର ମୁଣ୍ଡରେ ଚୋଟ ପକାଇ ଥିଲା। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ସ୍ତ୍ରୀ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାପରେ ବୈକୁଣ୍ଠ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତ ପୂର୍ବରୁ ୨୦୧୯ରେ ମଧ୍ୟ ତାର ବାପାଙ୍କୁ ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ବଡମାଲ ଆଇ ଆଇ ସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ