ରାୟଗଡା: ପାରିବାରିକ କଳହକୁ ନେଇ ଶାଳକ ଉପରେ ରାଗ ସୁଝିବାକୁ ଯାଇ ନିଜ ନାବାଳିକା ଝିଅକୁ ଅପହରଣର ନାଟକ କରି ଶେଷରେ ପୁଲିସ ହାତରେ ଧରା ପଡ଼ିଛି ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ।
ସୂଚନାନୁସାରେ ରାୟଗଡ଼ା ସହର ତଳି ଜେଏସକୋ ଅଞ୍ଚଳର ଦୋରା କଣ୍ଡାଗରୀ ନିଜ ପ୍ରଥମ ସ୍ତ୍ରୀର ଦୁଇ ଭାଇ ଉପରେ ରାଗ ଶୁଝାଇବାକୁ ଯାଇ, ନିଜ ଝିଅର ଅପହରଣ ନାଟକ କରିଥିଲା । ଏନେଇ ଦୋରା କଣ୍ଡାଗରୀଙ୍କ ମା ପୁଲମା କଣ୍ଡାଗରି ଗତ ୧୫ତାରିଖ ଦିନ ନିଜ ନାତୁଣିର ଅପହରଣ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁଥିରେ ପୁଅର ପ୍ରଥର ସ୍ତ୍ରୀର ଦୁଇଭାଇର ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରି ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ପୁଲିସ ତଦନ୍ତ କରି ବାପାହିଁ ନିଜ ଝିଅର ଅପହରଣ କରିଥିବା ଘଟଣାର ପର୍ଦାଫାସ କରିଛି ।
ଏହି ଘଟଣାରେ ରାୟଗଡ଼ା ପୁଲିସ ଗୁମ୍ମା ପଚାଂୟତ ଅନ୍ତର୍ଗତ କଣବେସା ଗ୍ରାମରୁ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅପହୃତ ବାପା ଦୋରା କଣ୍ଡାଗରୀ ଓ ତାର ସହୋଯୋଗୀ ଗଜେନ୍ଦ୍ର ହୁଇକାକୁ ଗିରଫ କରି କୋର୍ଟ ଚାଲାଣ କରଛି । ଏହାସହ ତାଙ୍କ ନିକଟରୁ ଅପହରଣରେ ବ୍ୟବହୃତ ମଟର ସାଇକେଲକୁ ଯବତ କରିଛି । ଉଦ୍ଧାର ଶିଶୁକୁ ତାର ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ ।