ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ, ୯ ନାବାଳିକା ଉଦ୍ଧାର

କାଲିମେଳା: ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ । ଏଥିସହ ନଅ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି କାଲିମେଳା ପୋଲିସ । ତେବେ ଅଭିଯୁକ୍ତ ଜଣକ ଏହି ନାବାଳିକା ମାନଙ୍କୁ ମାଲକାନଗିରିରୁ ବେଆଇନ ଭାବେ ତାମିଲନାଡୁର ଚେନ୍ନାଇକୁ ନେଇକି ଯାଉଥିବା ବେଳେ ମାଥିଲି  ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏମଭି:୧୦ ଗ୍ରାମର ସୁଜିତ କୁମାର ବୋଲି ଜଣା ପଡିଛି ।

ଏଥିସହ କାସିମେଳା ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେହିପରି  ବ୍ୟବହୃତ ବୋଲେରୋ ଗାଡି ଓ ଅନ୍ୟନ୍ୟ  ଜିନିଷ ପତ୍ର ସବୁ ମଧ୍ୟ ଜବତ କରିଛି । ତେବେ ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ୱାଧାରଗୃହରେ ରଖାଯାଇଥିଲା । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ତାଙ୍କର ପରିବାର  ନିକଟରେ ହସ୍ତାନ୍ତର କରାଯାଇଛି ବୋଲି କାଲିମେଳା ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ