ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ବାପା

ବାଲିଗୁଡାପାରିବାରିକ କଳହକୁ କେନ୍ଦ୍ର କରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ବଡ଼ ପୁଅଙ୍କ ସହ ମିଶି ସାନ ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା ଜନ୍ମକଲା ବାପା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଙ୍ଗଲରୁ କ୍ଷତାକ୍ତ ଗଳିତ ମୃତଦେହ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ବାପା ଓ ୨ ଭାଇଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁର ଭୂଷ୍କର ପୂଜାରୀ ଓ ତାଙ୍କର ଦୁଇ ପୁଅ ପ୍ରଫୁଲ ପୂଜାରୀ ଓ ଜମ୍ବେବ ପୂଜାରୀଙ୍କ ସହ ମିଶି ତାଙ୍କ ସାନ ପୁଅ ଚୈତନ୍ୟ ପୂଜାରୀଙ୍କୁ ହତ୍ୟା କରିଛନ୍ତି । ଉଭୟ ବାପ-ପୁଅ ମିଶି ଚୈତନ୍ୟଙ୍କୁ ନିଜ ଘରେ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ୍ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପୋତିଥିବା ଜାଗା ଚିହ୍ନଟ କରିଥିଲେ ଅଭିଯୁକ୍ତ ବାପା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ମେଡିକାଲକୁ ପଠାଇଛି। ଉଭୟ ଅଭିଯୁକ୍ତ ବାପ-ପୁଅ ୩ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ