ବାପାର ଗୁଳି ମାଡରେ ପୁଅ ମୃତ

କଟକ: ବାପାର ଗୁଳି ମାଡରେ ପୁଅ ମୃତ । କଟକ ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ ପୁଅକୁ ଗୁଳି କରିବା ପରେ ଘଟଣାସ୍ଥଳରୁ ବାପା ଫେରାର୍ ହୋଇଯାଇଛି । ମୃତ ଯୁବକ ଜଣଙ୍କ ଶିବ ମୁଣ୍ଡା ବୋଲି ଜଣାପଡିଛି । ତେବେ ଖବାର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନାଅନୁସାରେ ଗାଁର ଯଦୁମଣି ମୁଣ୍ଡା ତାଙ୍କ ପୁଅ ଶିବ ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଆରମ୍ଭ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା। ଯାହାଫଳରେ ବାପା ଯଦୁମଣି ଉତକ୍ଷୀପ୍ତ ହୋଇ ପୁଅ ଉପରକୁ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ହିଁ ପୁଅ ଶିବ ମୁଣ୍ଡାର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

ବ୍ରେକିଂ