ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ: ପୁଣି ଆତ୍ମାହୁତି ଉଦ୍ୟମ । ଆଜି ସକାଳୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅ ଆତ୍ମହୁତି ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି ।

ସୂଚନା ଅନୁଯାୟୀ, ତାଳଚେର ସୁଲୁଡା ଗ୍ରାମର ସୁରେଶ ବେହେରାଙ୍କ ଜମି ଏମ୍ସିଏଲରେ ଯାଇଥିବା ବେଳେ ତାଙ୍କ ପରିବାରର କାହାକୁ ଆଜିଯାଏ ଚାକିରୀ ମିଳିପାରି ନାହିଁ । ବାରମ୍ବାର ଏମ୍ସିଏଲ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଆଜି ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରାସିନି ଢାଳି ନିଜ ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ନେଇଛି ।

ପରେ ଅନୁଗୁଳ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରି ତାଳଚେର ଉପ ଜିଲ୍ଲାପାଳଙ୍କୁ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ପୋଲିସ ଉଭୟ ବାଅପୁଅଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.

ବ୍ରେକିଂ