କୁଡ଼ିଆରେ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଲକ୍ଷ୍ମୀପଣ୍ଡା ଛକ ନିକଟରେ ଥିବା ଏକ କୁଡ଼ିଆରେ ହତ୍ୟାକାଣ୍ଡ । ପଥରରେ ଛେଚି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।

ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଏକ ଚା ଦୋକାନ ଭିତରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଛକ ନିକଟରେ ଏହି ଚା ଦୋକାନ ରହିଛି । ତେବେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ