ମନୀଷ ଅନୁରାଗ ମୃତ୍ୟୁ ମାମଲା, ୨ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କନ୍ଧମାଳ ସ୍ପେଶାଲ ସ୍କ୍ବାର୍ଡରେ ୨ଜଣ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣି ପଚରାଉଚରା କରି ମନିଷ ମୃତ୍ୟୁ ରହସ୍ୟର ଗୁମର ଫିଟେଇବ କମିଶନରେଟ ପୋଲିସ । ଏହି ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗଙ୍କ ମୃତଦେହ ଗତ ୧୦ ତାରିଖରେ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ସ୍ଥିତ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା । ୯ ତାରିଖ ରାତିରୁ ସେ ନିଖୋଜ ଥିଲେ । ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏଥିସହ ପୁଅକୁ ତା’ର ସାଙ୍ଗମାନେ ଘରୁ ଡାକିନେଇ ହତ୍ୟା କରିଥିବା ମଧ୍ୟ ଅଭିଯୋଗ କରିଥିଲେ ନବୀନ ଦାସ ।

ତେବେ ଶ୍ୱାସରୁଦ୍ଧ ଯୋଗୁଁ ମନିଷଙ୍କର ମୃତ୍ୟୁ ହୋଇଥିବା ପ୍ରାଥିମିକ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସନ୍ଦେହ ବଢ଼ିଛି । ଏଥିସହ ରାତି ୪ଟା ୧୧ ରୁ ୪ଟା ୧୮ ଭିତରେ ମନିଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ପୋଷ୍ଟମଟମ୍ ରିପୋର୍ଟ ଆଧାରରେ ତଦନ୍ତ ଜାରିରଖି ଥିବାବେଳେ ଆଜି ମନୀଷଙ୍କ ୨ ସାଙ୍ଗ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ