୬ ମାଓ କ୍ୟାମ୍ପ ଧ୍ୱଂସ୍ତ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନାଗିରି :  ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରି ସମ୍ପୂର୍ଣ୍ଣ ଧ୍ୱଂସ୍ତ କରିଛି ସୁରକ୍ଷାବାହିନୀ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନାନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ମାଓବାଦୀମାନେ ଗୁଳି ବିନିମୟ କରିଥିଲେ। ଫଳରେ ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଯବାନଙ୍କ ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି।ଏବେବି ସେଠାରେ କମ୍ବିଂ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ।

Leave A Reply

Your email address will not be published.

ବ୍ରେକିଂ