ମାଓବାଦୀଙ୍କ କବଳରୁ ଯବାନ ରାକେଶ୍ୱର ସିଂହ ମନହାସ ମୁକଳିଲେ

ରାୟପୁର: ଅପହୃତ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମୁକ୍ତ କଲେ ମାଓବାଦୀ । ଯବାନ ରାକେଶ୍ୱର ସିଂ ମନହାସଙ୍କୁ ମାଓବାଦୀ ବିଜାପୁରର ତାରେମ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି । ଛତିଶଗଡ଼ ବିଜାପୁରରେ ମାଓବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବନିମୟ ବେଳେ ଯବାନଙ୍କୁ ଅପହରଣ କରିଥିଲେ ମାଓବାଦୀ ।

ସୂଚନାନୁସାରେ ସ୍ଥାନୀୟ ଆଦିବାସୀଙ୍କ ହାତରେ ଅପହୃତ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମାଓବାଦୀ ମାନେ ଛାଡ଼ିଦେଇଛନ୍ତି । ତାରେମ କାମ୍ପରେ ପହଞ୍ଚିବା ପରେ ରାକେଶ୍ୱର ସିଂହଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି

ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା।  ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ ଏବଂ ବନ୍ଧକ ରଖିଥିଲେ । ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ ରିଲିଜ ଜରିଆରେ କହିଥିଲେ ମାଓବାଦୀ । ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ। ସରକାର ଦୁଇ ଦିନ କାଳ ମଧ୍ୟସ୍ଥି ଖୋଜିବାରେ ଲାଗିଥିବା ବେଳେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ