କଣ୍ଟାବାଞ୍ଜିରେ ମୁଖାପିନ୍ଧା ଲୁଟେରାଙ୍କ ଆତଙ୍କ, ଲୁଟିନେଲେ ସୁନା ଓ ଟଙ୍କା

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମାତିଛନ୍ତି ମୁଖାପିନ୍ଧା ଲୁଟେରା । ହାତରେ ମାରଣାସ୍ତ୍ର ଧରି ଲୋକଙ୍କୁ ଡରାଇ ଆଖି ପିଚୁଳାକେ ଲୁଟ କରି ଫେରାର ହୋଇଯାଉଛନ୍ତି । ଯାହାଫଳରେ ଦୁର୍ବୃତ୍ତଙ୍କର ଟେର ପାଉନାହିଁ ପୋଲିସ । ଏଭଳି ଏକ ଘଟଣା ଖୁଟୁଲୁମୁଣ୍ଡା ଗାଁର ସାମ୍ମାନାକୁ ଆସିଛି । ୧୦ ରୁ ଅଧିକ ମୁଖାପିନ୍ଧା ଡକାୟତ ଏକ ବଲୋରୋରେ ଆସି ଖୁଟୁଲୁମୁଣ୍ଡା ଯୌବନ ବାଗଙ୍କ ଘରେ ପସି ନଗତ ୧୦ ହଜାର ଓ ୪ ଭରି ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ହେବ  । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ ଯୌବନ ଵାଗଙ୍କ କହିବା ମୁତାବକ ବିଳମ୍ବର ରାତିରେ ଏକ ବଲୋରୋ ୧୦ ରୁ ଅଧିକ ମୁଖା ପିନ୍ଧା ଡକାୟତି ଆସିଥିଲେ । ସେମାନେ ପ୍ରଥମେ ଘରର ମୁଖ୍ୟ ଗେଟରେ ଲାଗିଥିବା ତାଲା ଭାଙ୍ଗିଥିଲେ । ହାତରେ ଧାରୁଆ ମାରଣାସ୍ତ୍ର ଘର ଲୋକଙ୍କୁ ଦେଖାଇ ଟଙ୍କା ଓ ସୁନା ନେଇ ଯାଇଥିଲେ । ଏଥିସହ ଫୋନ ମଧ୍ୟ ନେଇ ଯାଇଥିଲେ । ଯାହାଫଳରେ ଖବର ପାଇ କଣ୍ଟାବାଞ୍ଜି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

ବ୍ରେକିଂ