ତ୍ୱଚାରେ ଚମକ ଆଣିବା ପାଇଁ ବ୍ୟବହାର କରନ୍ତୁ ମସୁର ଡାଲି

ଜୀବନଚର୍ଯ୍ୟା: ଯେ କୌଣସି ଡାଲି ହେଉନାଁ କାହିଁକି , ସାଧାରଣତଃ ଡାଲିକୁ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ହେଲେ ଅପଣ ମାନେ ଜାଣନ୍ତି କି , ଏମିତି ବି କିଛି ଡାଲି ଅଛି ଯାହାକୁ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ତା ମଧ୍ୟରୁ ଆସନ୍ତୁ ଜାଣିବା ମସୁର ଡାଲି କିପରି ତ୍ବଚାରେ ବ୍ୟବହାର କରାଯାଏ ଏବଂ ଏହା  ତ୍ବଚା ଜନିତ କେଉଁ ସବୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।

-ବ୍ରଣ ସମସ୍ୟା ଦୂର କରିବା  ପାଇଁ ମସୁର ଡାଲି ପେଷ୍ଟରେ ଅଳ୍ପ ହଳଦୀ ଏବଂ କ୍ଷୀର ମିଶାଇ ତ୍ବଚାରେ ଲଗାଇବେ । ୧୫ ରୁ ୨୦ ମିନିଟ ପରେ ତ୍ବଚାକୁ ଧୋଇ ସଫା କରିବେ ।

-ମସୁର ଡାଲି ଗୁଣ୍ଡରେ ଘିଅ  ଏବଂ ମହୁ ମିଶାଇ ତ୍ବଚାରେ ଲଗାଇବେ । ୧୦ ରୁ ୧୫ ମିନିଟ  ପରେ ତ୍ବଚାକୁ ମସାଜ କରି ହାଲକା ଉଷୁମ ପାଣିରେ ଧୋଇବେ । ଏହା ତ୍ବଚାରେ ବ୍ୟବହାର କରିବା ଦ୍ବାରା, ତ୍ବଚାରେ ଉଜ୍ବଳତା ଆସିବା ସହିତ, କୁଞ୍ଚନ ସମସ୍ୟା ଦୂର ହୋଇଥାଏ ।

-ତ୍ବଚାରୁ କଳାଦାଗ ଦୂର କରିବା ପାଇଁ ମସୁର ଡାଲି ବହୁତ୍ ଲାଭଦାୟକ । ପ୍ରତିଦିନ ମହୁ ସହିତ ମସୁର ଡାଲି ଗୁଣ୍ଡ ମିଶାଇ , କଳା ପଡିଥିବା ସ୍ଥାନରେ ଲଗାଇବେ । ଏହା ଶୁଖିବା ପରେ ତ୍ବଚାକୁ ଧୋଇ ସଫା କରିବେ ।

-ସାଧାରଣତଃ ମସୁର ଡାଲି ପେଷ୍ଟକୁ ଫେସପ୍ୟାକ ଭାବେ ମଧ୍ୟ ତ୍ବଚାରେ ବ୍ୟବହାର କରିପାରିବେ ।

Leave A Reply

Your email address will not be published.

ବ୍ରେକିଂ