ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ

ପୁଣେ: ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ। ମହାରାଷ୍ଟ୍ର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟର ମାନଝରି ସ୍ଥିତ ନୂଆ ବିଲ୍ଡିଂରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ୧୦ଟି ଦମକଳ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି। ଟର୍ମିନାଲ -୧ ଗେଟ ନିକଟରେ ସମଗ୍ର ପରିବେଶ ଧୂଆଁମୟ ହୋଇଯାଇଛି । ତେବେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗିନାହିଁ । କିଛି ଦିନ ତଳେ ଏହି ସେରମ୍ ଇନଷ୍ଟିଚ୍ୟୁଟର କୋଭିଡ୍ ଟିକା କୋଭିସିଲ୍ଡ ସାରା ଦେଶକୁ ପଠାଯାଇଥିଲା। ଏହାପରେ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଟିକା ପ୍ରସ୍ତୁତିରେ କିଛି ବ୍ୟାଘାତ ହୋଇ ନଥିବା ସୂଚାନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ