ମେଥି ପଲାଉ

ସାମଗ୍ରୀ

ବାସୁମତୀ ଚାଉଳ ୨ କପ, ମେଥି ଅଧା ବିଡା କଟା , ପିଆଜ ଓ ଟମାଟୋ ଛୋଟ ପିସ୍ କଟା, ଅଦା –ରସୁଣ ପେଷ୍ଟ ଅଧା ଚାମଚ, ୮-୧୦ଟା ଭଜା କାଜୁ, ଲାଲ ଲଙ୍କା ପାଉଡର ୨ ଚାମଚ, ଜିରା- ଅଧା ଚାମଚ, ଗରମ ମସଲା ଅଧା ଚୋଟ ଚାମଚ, ଲୁଣ ସ୍ବାଦ ଅନୁସାରେ, ଦୁଇ ଡେମ୍ଫ
ଭୃଶଙ୍ଗ ପତ୍ର,  ରିଫାଇନ ତେଲ ୪/୫ ଚାମଚ।

ପ୍ରସ୍ତୁତି

ଏକ ଖୋଲା ଡିସରେ ତେଲ ଦେଇ ଗ୍ୟାସ ଉପରେ ବସାଇ ଗରମ କରନ୍ତୁ। ଜିରା ଓ ତେଜପତ୍ର ପକାଇ ଛୁଙ୍କ କରନ୍ତୁ ଓ କଟା ପିଆଜ ପକାଇ ଭାଜନ୍ତୁ। ପରେ ଏଥିରେ ଅଦା ରସୁଣ ପେଟ ପକାଇ ଭାଜନ୍ତୁ ଓ ଲୁଣ, ଗରମ ମସଲା, ଲାଲ ଲଙ୍କା ପାଉଡର ଓ ଟମାଟୋ କଟା ପକାଇ ମସଲା କଷନ୍ତୁ। ଟମାଟୋ ନରମି ଯିବା ପରେ ଏଥିରେ ମେଥି ଶାଗ ପକାଇ ଭାଜନ୍ତୁ। ଏଥିରେ ଗ୍ରୀନ୍ ମଟର କିମ୍ବା ଯଦି ଚାହିଁବେ କଟା ବିନ୍ସ କିମ୍ବା କୋବି ମଧ୍ୟ ପକାଇ ହାଲକା ଫ୍ରାଏ କରନ୍ତୁ। ଦୁଇ ତିନିମିଟ୍ ଭାଜିବା ପରେ ପୂର୍ବରୁ ଭିଜା ଯାଇଥିବା ଚାଉଳକୁ ପାଣିରୁ ଛାଣି ଏଥିରେ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଚାଉଳ ଅନୁପାତର ଦୁଇ ଗୁଣ ପାଣି ଦେଇ ପଲାଉକୁ ଗୋଳାଇ ଘୋଡଣି ଘୋଡାଇ ଦିଅନ୍ତୁ। ପଲାଉରୁ ପାଣି ସୁଖିଯିବା ପରେ ଘୋଡଣୀ କାଢ଼ି ପିଠା ଖଡିକାରେ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇ ଗଲା ଆପଣଙ୍କ ମେଥି ପଲାଉ।

Leave A Reply

Your email address will not be published.

ବ୍ରେକିଂ