ମାଇକ୍ରୋସଫ୍ଟ ପକ୍ଷରୁ ୱିଣ୍ଡୋଜ୍ ୧୧ ଲଞ୍ଚ

ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟ ଗୁରୁବାର ୱିଣ୍ଡୋଜ୍ ର ଏକ ନୂତନ ସଂସ୍କରଣ ୱିଣ୍ଡୋଜ୍ ୧୧  ଘୋଷଣା କରିଛି ।  ୱିଣ୍ଡୋଜ୍ ୧୦ ଲଞ୍ଚ ହେବାର ୬ ବର୍ଷ ପରେ ଏହି ନୂତନ ସଂସ୍କରଣ ଆସିଛି । ୱିଣ୍ଡୋଜ୍ ୧୦ ଜୁଲାଇ ୨୦୧୫ ରେ ଲଞ୍ଚ କରାଯାଇଥିଲା । ୱିଣ୍ଡୋଜ୍ ୧୧ ସହିତ କମ୍ପାନୀ ଏହି ଅପରେଟିଂ ସିଷ୍ଟମକୁ ଏକ ନୂଆ ଲୁକ୍ ଦେଇଛି ।  ନୂଆ ଥିମ୍, ନୂଆ ଫିଚର୍ସ ସହିତ ଏଥିରେ ଗ୍ରାଫିକ୍ସ ମଧ୍ୟ ଅଲଗା ରହିବ । ଟାସ୍କ ବାର୍ର ଡିଜାଇନ୍ ସଂପୂର୍ଣ୍ଣ ରୂପେ ଡିଜାଇନ୍ ବଦଳିଭା ସହ ଆଇକନ୍ ଗୁଡିକ ସେଣ୍ଟରରେ ରହିଛି । ଫାଇଲ୍ ମ୍ୟାନେଜମେଣ୍ଟ ପାଇଁ ନୂଆ ଫିଚର୍ସ ଦିଆଯାଇଛି । ଫାଇଲଗୁଡ଼ିକ ପାଇଁ ଏକ ଅଲଗା ବିକଳ୍ପ ରହିବ । ଫୋନ୍ ସହିତ କନେକ୍ଟିଭିଟି ଭଲ ରହିଥିବାରୁ ଫୋନର କାମ ସିଧାସଳଖ କମ୍ପ୍ୟୁଟରରେ କରାଯାଇପାରିବ । ମଲ୍ଟି ଟାସ୍କିଂ ପାଇଁ ନୂଆ ଫିଚର୍ସ ମଧ୍ୟ ରହିଛି ।

ସ୍ନାପ୍ ଲେଆଉଟ୍ – ଏହା ମଲ୍ଟି ଟାସ୍କିଂ ପାଇଁ ଡିଜାଇନ୍ ହୋଇଛି । ଗୋଟିଏ ସ୍କ୍ରିନ୍ ରେ ଏକାଧିକ ୱିଣ୍ଡୋଜ୍ ଏକାସହିତ ଅପରେଟ୍ କରାଯାଇପାରିବ । ଅନ୍ୟ ଅପରେଟିଂ ସିଷ୍ଟମରେ ଏଭଳି ଫିଚର୍ସ ଦିଆଯାଇନଥିବା କମ୍ପାନୀ କହିଛି। ସ୍ନାପ ଗ୍ରୁପରେ ଆପ୍ସର କଲେକ୍ସନ୍ ରହିଛି । ଯାହା ଟାସ୍କ ବାର୍ ରୁ ଆକ୍ସେସ୍ କରିପାରିବେ ୟୁଜର୍ସ । ଟାସ୍କ ସୁଇଚ୍ ପାଇଁ ଏହି ଫିଚର୍ସ ଉତ୍ତମ ହେବ ।

ମାଇକ୍ରୋସଫ୍ଟ ଏଜ୍ ବ୍ରାଉଜର୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗୋଟିଏ କ୍ଲିକ୍ ରେ ଏଠାରେ ମଲ୍ଟିଟାସ୍କିଂ ପ୍ରୋଗ୍ରାମେ କରିହେବ । ୱିଣ୍ଡୋଜ୍ ୧୧ ସହିତ, ପ୍ରତ୍ୟେକ ଡେସ୍କଟପ୍ କୁ ଭିନ୍ନ ଭିନ୍ନ ୱାଲପେପର ଦିଆଯାଇପାରିବ । ଯଦି ଆପଣ ବିଭିନ୍ନ କାର୍ଯ୍ୟ କରନ୍ତି, ଗୋଟିଏ କମ୍ପ୍ୟୁଟରରେ ବିଭିନ୍ନ ଡେସ୍କଟପ୍ ସେଟ୍ଅପ୍ କରାଯାଇପାରିବ ।

ୱିଣ୍ଡୋଜ୍ ୧୧ରେ ମାଇକ୍ରୋସଫ୍ଟ ଟିମର ଇଣ୍ଟିଗ୍ରେସନ୍ ଦିଆଯାଇଛି । କୌଣସି ପ୍ଲାଟଫର୍ମରେ ଥିଲେ ମଧ୍ୟ ୱିଣ୍ଡୋଜ୍ ୧୧ ମାଧ୍ୟମରେ ଟିମ୍ ବ୍ୟବହାର କରି କୌଣସି ଡିଭାଇସ୍ ସହିତ ସଂଯୋଗ କରି ପରସ୍ପର ସହିତ ଯୋଗାଯୋଗ କରିପାରିବେ । କମ୍ପାନୀ ଅନୁସାରେ ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି । ପାଣିପାଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ୱିଜେଟଗୁଡିକ ମଧ୍ୟ ଏଠାରେ ଉପଲବ୍ଧ ରହିଛି ।

ଗେମିଂ ପାଇଁ ୱିଣ୍ଡୋଜ୍ ୧୧ରେ ସ୍ୱତନ୍ତ୍ର ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ ଏହି ଅପରେଟିଂ ସିଷ୍ଟମ ସର୍ବୋତ୍ତମ ଖେଳ ଅଭିଜ୍ଞତା ଦେବ।  ୱିଣ୍ଡୋଜ୍ ୧୧ରେ ପ୍ଲେୟାର ଏବଂ ଡେଭଲପର୍ସଙ୍କୁ କିଛି କରିବାକୁ ହେବ ନାହିଁ । ଡାଇରେକ୍ଟ ଷ୍ଟୋରେଜ୍ ଫିଚର ପାଇଁ ୱିଣ୍ଡୋଜ୍ ୧୧ ରେ ଖେଳଗୁଡିକ ଶୀଘ୍ର ଲୋଡ୍ ହେବ ବୋଲି କମ୍ପାନୀ କହିଛି । ଲୋଡ୍ ଟାଇମ୍ କମ ଥିବାରୁ ଖେଳ ତୁରନ୍ତ ଆରମ୍ଭ ହେବ । କମ୍ପାନୀ କହିଛି ଯେ ଗେମ୍ ପାସ୍ ଲାଇବ୍ରେରୀକୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।

ଏଥିରେ ଏକ ନୂଆ ଟଚ୍ କିବୋର୍ଡ୍ ଦିଆଯାଇଛି ଏବଂ ଏଠାରେ ବିଭିନ୍ନ ଥିମ୍ ମଧ୍ୟ ରହିଛି । ଟାଇପିଂକୁ ସହଜ କରିବାକୁ, ଆଣ୍ଡ୍ରଏଡ୍ ପରି ଭଏସ୍ ଟାଇପିଂ ମଧ୍ୟ ଦିଆଯାଇଛି ।  ଆଣ୍ଡ୍ରଏଡ୍ର କିବୋର୍ଡ୍ ଆପ୍ ଭଳି ଅନେକ ଫିଚର୍ସ ମଧ୍ୟ ଏଥିରେ ଦିଆଯାଇଛି । ୱିଜେଟଗୁଡିକ ଫୁଲ ସ୍କ୍ରିନ୍ କରାଯାଇପାରିବ । ଏଠାରେ ୟୁଜର୍ସଙ୍କ ଅନୁଯାୟୀ ନ୍ୟୁଜ୍ ଫିଡ୍ ମିଳିପାରିବ । ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଖବର ପାଇପାରିବେ ୟୁଜର୍ସ ।

Leave A Reply

Your email address will not be published.

ବ୍ରେକିଂ