ମିଲ୍କ-ଫ୍ରୁଟ୍ ଜୁସ୍

ସାମଗ୍ରୀ: କ୍ଷୀର ୨ ଗ୍ଲାସ୍ । ମିକ୍ସ ଫ୍ରୁଟ୍ସ -୨ କପ (କଦଳୀ,ସେଓ, ଅଙ୍ଗୁର, ଅମୃତଭଣ୍ଡା, ଷ୍ଟ୍ରବେରୀ), ଆଇସକ୍ରିମ୍ -୨କପ। ବାଦାମ ପେଷ୍ଟ- ୧ଛୋଟ ଚାମଚ, ଘିଅ ୨ ଛୋଟ ଚାମଚ, ଚିନି ୨ ଛୋଟ ଚାମଚ, ବରଫ ୨-୩ ଖଣ୍ଡ।

ଗ୍ରାନିସିଂ ପାଇଁ: ଅଳ୍ପ କଟା ମିକ୍ସ ଫ୍ରୁଟ୍ସ ।

ପ୍ରଣାଳୀ: ପ୍ୟାନରେ ଘିଅକୁ ଗରମ କରି ଏଥିରେ କଟା ଫଳକୁ ପକାଇ ଅଳ୍ପ ସମୟ ଭାଜି ଦିଅନ୍ତୁ। ଏହାକୁ ଆଞ୍ଚରୁ ଓହ୍ଲାଇ ଥଣ୍ଡା କରନ୍ତୁ। ଏହି ଫଳକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ୩/୪ଟି କାଚ ଗ୍ଲାସ ନେଇ ସବୁ ଗ୍ଲାସରେ ବରଫ ଗୁଣ୍ଡ ପକାନ୍ତୁ। ଏଥିରେ କ୍ଷୀର ଓ ଆଇସ୍ କ୍ରିମ୍ ପକାଇ ଗ୍ରାଇଣ୍ଡିଂ ହୋଇଥିବା ଜୁସକୁ ଢାଳନ୍ତୁ। ଗ୍ଲାସ ଉପରେ କିଛି କଟା ଫଳ ଓ କଟା ଚେରି ପକାଇ ସର୍ଭ କରନ୍ତୁ। ଖରାଦିନ ପାଇଁ କରୋନା ସମୟରେ ଘରୋଇ ଜୁସ୍ ସବୁଠୁ ବେଷ୍ଟ।

Leave A Reply

Your email address will not be published.

ବ୍ରେକିଂ