ନାଳରେ ଭାସିଯାଇ ଜଣେ ମୃତ,୨ ଉଦ୍ଧାର

ରାଉରକେଲା: ନାଳରେ ଗାଧୋଉଥିବା ବେଳେ ବନ୍ୟାଜଳ ମାଡି ଆସିବାରୁ ଭାସିଗଲେ ୩ ନାବାଳକ । ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଛି । ରାଉରକେଲାର ଜଲଦା ମୁଣ୍ଡାବସ୍ତି ନିକଟରେ ଥିବା ନାଳରେ ଏହି ଦୁଃଖଦ ଘଟଣା ଘଟିଛି ।  ମୃତକ ନାବାଳକ ଜଲଦା ଏ ବି ସି କଲୋନୀର ଆକାଶ ଯାଦବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଯଲଦା ଏ ବି ସି କଲୋନୀର ଆକାଶ ଯାଦବ, ମିଳିଥ ଚୌଧୁରୀ ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ସହ ନାଳରେ ପଶି ଗାଧୋଉ ଥିବା ବେଳେ ହଠାତ ବନ୍ୟା ଜଳ ମାଡି ଆସିଥିଲା  । ଫଳରେ ପ୍ରଖର ସ୍ରୋତରେ ତିନିଜଣ ଭାସି ଯାଇଥିଲେ । ତେବେ ସ୍ଥାନୀୟ ଲୋକମାନେ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଆକାଶଙ୍କୁ ଉଦ୍ଧାର କରି ପାରି ନଥିଲେ । ଜଲଦା ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରାଉରକେଲା ସରକାରୀ ହିସ୍ପିଟାଲକୁ ପଠାଇଛନ୍ତି l

Leave A Reply

Your email address will not be published.

ବ୍ରେକିଂ