ଇଟାଭାଟି ଗାଡ଼ିଆରେ ପଡ଼ି ୪ବର୍ଷର ଶିଶୁ ପୁତ୍ର ମୃତ

ରାଇରଙ୍ଗପୁର: ଇଟାଭାଟି ଗାଡ଼ିଆରେ ଆଖି ବୁଜିଲା ୪ବର୍ଷର ଶିଶୁ ପୁତ୍ର । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ତେଣ୍ଡରା ପଞ୍ଚାୟତ ଅନ୍ତର୍ଗତ ସାଗଯୋଡି ଗ୍ରାମର ୪ବର୍ଷର ଶିଶୁ ଇଟାଭାଟି ଗାଡ଼ିଆରେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ ସାଗଯୋଡି ଗ୍ରାମର ଚାମ୍ବରା ବିରୁଆର ବଡ ପୁଅ ହରେ କୃଷ୍ଣ ବିରୁଆ ବୋଲି ଜଣାପଡିଛି  । ଗରିବ ଖଟିଖିଆ  ଆଦିବାସୀ ପରିବାର ହୋଇଥିବାରୁ ମୃତକ ଶିଶୁର ପିତା ଗାଁ ରେ  ଛୋଟ ଦୋକାନ କରିଛି । ମୃତ ଶିଶୁର ମା ଲିଦୁମବତୀ ବିରୁଆ ଗାଁ ଠାରୁ ୨ କିମି ଦୂର ଦେଓକୁଣ୍ଡି ସୀମାରେ ଇଟାଭାଟିରେ କାମ କରନ୍ତି ।

ସବୁଦିନ ପରି  ରବିବାର ଦିନ ମଧ୍ୟ କାମ କରିବା ପାଇଁ ମା ଲିଦୁମବତୀ  ସାଙ୍ଗରେ ତାଙ୍କ ବଡ଼ପୁଅ ହରେକୃଷ୍ଣ ବିରୁଆ(୪) କୁ ନେଇଥିଲେ । ଲିଦୁମବତୀ କାମ କରୁଥିବାବେଳେ ପିଲାଟି ଖେଳୁ ଖେଳୁ ପାଖ ଏକ ଗଡିଆରେ ଖସି ପଡିଥିଲା । ପରେ ଖୋଜାଖୋଜି କଲାପରେ ଗାଡିଆରୁ ଶିଶୁଟିକୁ ଉଦ୍ଧାର କରି ଏକ ଟ୍ରେକର ଯୋଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।

ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପୋଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଇ  ଅପରାହ୍ନରେ ଜାମଦା ଶବଟିକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.

ବ୍ରେକିଂ