ଫଟୋ ଉଠାଇବା ବେଳେ ଡ୍ୟାମରେ ପଡି ନାବାଳକ ମୃତ

ଭଦ୍ରକ: ଫଟୋ ଉଠାଇବା ବେଳେ ଡ୍ୟାମରେ ବୁଡିଗଲେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଉଳାଙ୍ଗ ଗ୍ରାମର ମଙ୍ଗଳା ଜେନାଙ୍କର ପୁଅ ରମାକାନ୍ତ ବୋଲି ଜଣାପଡିଛି । ସେ ୨ ଜଣ ସାଙ୍ଗ ସହିତ ଖଇରା ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ପାଇଁ ଯାଇଥିଲେ  ଏହି ସମୟରେ ଫଟୋ ଉଠାଇବା ବେଳେ ରମାକାନ୍ତଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ପ୍ରଖର ସ୍ରୋତରେ ରମାକାନ୍ତ ଭାସି ଯାଇଥିଲେ ।

ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ରମାକାନ୍ତଙ୍କୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ରମାକାନ୍ତଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ । ମେଡ଼ିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

ବ୍ରେକିଂ